Please wait

ABOUT US

‘କୋଶଳ ପ୍ରବାହ’ ଏକ ଭାରତୀୟ ସାପ୍ତାହିକ ସମ୍ବାଦପତ୍ର; ଯାହା ଓଡ଼ିଶାର ବଲାଙ୍ଗିର ସହରରୁ ପ୍ରକାଶ ପାଇଆସୁଛି ।  ‘କୋଶଳ ପ୍ରବାହ’ର ପ୍ରବାହ ଆରମ୍ଭ ହୋଇଥିଲା ୨୦୦୦ ମସିହା ନଭେମ୍ବର ମାସ ପ୍ରଥମ ରବିବାରରୁ । ପାଠକପାଠିକା ତଥା ବିଜ୍ଞାପନଦାତା ଓ ଶୁଭେଚ୍ଛୁମାନଙ୍କ ବିଶେଷ ସହଯୋଗକୁ ନେଇ ଆଜି ଏହା ୨୦ ବର୍ଷରେ ପଦାର୍ପଣକରିଛି । ପଶ୍ଚିମ ଓଡ଼ିଶାବାସୀଙ୍କ ଭାବାବେଗ, ରାଜନୀତିକ ପାଣିପାଗ, ସାମାଜିକ ଅବସ୍ଥା, ପ୍ରଶାସନିକ ବ୍ୟବସ୍ଥା, ସାଂସ୍କୃତିକଦିଗ, ଐତିହ୍ୟ, ପରମ୍ପରା ତଥା ଭାଷା ଓ ସାହିତ୍ୟକୁ ସାରା ଦେଶରେ ପରିପ୍ରକାଶ କରି ଆସିଛି । ସ୍ୱତନ୍ତ୍ର ପ୍ରକାଶ ଶୈଳୀଯୋଗୁଁ ବିଶେଷ କରି ଓଡ଼ିଶାର ବୁଦ୍ଧିଜୀବୀ ମହଲରେ ଏକ ସୁପରିଚୟ ବହନ କରି ପାରିଛି ‘କୋଶଳ ପ୍ରବାହ’ । ପଛୁଆ, ଅବହେଳିତ, ଦଳିତ ତଥା ନିଷ୍ପେସିତ ସାଧାରଣ ମଣିଷର ସୁଖଦୁଃଖର ର୍ବାାବହ ପାଲଟିଛି । ଦୁର୍ନୀତି, ଭ୍ରଷ୍ଟାଚାର, ଅପରାଧ ବିରୁଦ୍ଧରେ ସ୍ୱର ଉଠେଇ ସମାଜକୁ ସୁସ୍ଥ ରଖିବାର ପ୍ରୟାସ ଜାରି ରଖିଛି । ସର୍ବୋପରି ଏକ ଶୃଙ୍ଖଳିତ ସାପ୍ତାହିକସମ୍ବାଦପତ୍ରର ଭୂମିକା ନିଭେଇବା କ୍ଷେତ୍ରରେ ନିଜର ଚେଷ୍ଟାକୁ ରୂପାୟିତ କରିବାରେ ଅଂଟା ଭିଡ଼ିଛି । ଆଗକୁ ଆହୁରି ବାଟ ବାକି ଅଛି । ସମାଜକୁ ସୁସ୍ଥ ଓ ଶୃଙ୍ଖଳିତ କରିବା ଦିଗରେ ଅନେକ ପ୍ରୟାସ ଜାରି ରହିଛି । ଏହି ମହତ୍‌ ଯାତ୍ରାରେ ଆମର ପାଠକପାଠିକା ତଥା ଶୁଭେଚ୍ଛୁଙ୍କ ଶ୍ରଦ୍ଧା, ବିଜ୍ଞାପନଦାତାଙ୍କ ନିରନ୍ତର ସହଯୋଗ କାମନାକରୁଛି ‘କୋଶଳ ପ୍ରବାହ’